ମୁମ୍ଵାଇ ୧୦।୧୨; ଅଡୁଆରେ ବଲିଉଡ ଅଭିନେତା ଧର୍ମେନ୍ଦ୍ର । ଠକେଇ ମାମଲାରେ ଧର୍ମେନ୍ଦ୍ରଙ୍କୁ ସମନ ଜାରି କରିଛନ୍ତି ଦିଲ୍ଲୀ କୋର୍ଟ । ଗରମ ଧରମ ଢାବା ସହିତ ଏକ ଠକେଇ ମାମଲାରେ ଧର୍ମେନ୍ଦ୍ରଙ୍କୁ ସମନ ଜାରି ହୋଇଛି । ଜଣେ ବ୍ୟବସାୟୀଙ୍କ ଅଭିଯୋଗ ପରେ ସମନ ହୋଇଛି ।
କାହିଁକି ଧର୍ମେନ୍ଦ୍ରଙ୍କୁ କୋର୍ଟରୁ ମିଳିଲା ସମନ?
ଦିଲ୍ଲୀର ପଟିଆଲା ହାଉସ କୋର୍ଟ ନିକଟରେ ବରିଷ୍ଠ ବଲିଉଡ ଅଭିନେତା ଧର୍ମେନ୍ଦ୍ର ଏବଂ ଅନ୍ୟ ଦୁଇଜଣଙ୍କ ବିରୋଧରେ 'ଗରମ ଧରମ ଢାବା' ଫ୍ରାଞ୍ଚାଇଜ ସହ ଜଡିତ ଠକେଇ ମାମଲାରେ ସମନ ଜାରି କରିଛନ୍ତି। ଯାହାର ଶୁଣାଣି ଫେବୃଆରୀ ୨୦୨୫ରେ ହେବ। ସୁଶୀଲ କୁମାରଙ୍କ ଅଭିଯୋଗ ପରେ ଜାରି ହୋଇଛି । ଫ୍ରାଞ୍ଚାଇଜରେ ନିବେଶ କରିବା ଲାଗି ଲାଞ୍ଚ ଦିଆଯାଇଥିବା ସୁଶୀଲ ଅଭିଯୋଗ କରିଛନ୍ତି । କୋର୍ଟ କହିଛନ୍ତି ସିରିଏଲ ନମ୍ବର ୧ ( ଧର୍ମ ସିଂହ ଦେଓଲ) ୨ରୁ ୩ ଅନ୍ୟ ଅଭିଯୁକ୍ତ ରହିଛନ୍ତି । ଧାରା ୪୨୦, ୧୨୦ବି ସହିତ ଧାରା ୩୪ ଆଇପିସି ଆଧାରରେ କୋର୍ଟରେ ଉପସ୍ଥାପନା କରାଯିବ । ମାମଲାର ପରବର୍ତ୍ତୀ ଶୁଣାଣି ୨୦୨୫ ଫେବୃଆରୀ ୨୦ରେ ହେବ । ୨୦୨୦ର ମାମଲା ରୁଜୁ କରିବାକୁ ହୋଇଥିବା ଅବେଦନକୁ ଖାରଜ କରିଥିଲେ ।
Delhi Court issued summons to Bollywood actor Dharmendra and two others in a cheating case related to Garam Dharam Dhaba.
— ANI (@ANI) December 10, 2024
Summon is issued on a complaint filed by a Delhi businessman who alleged cheating by luring him to invest in the franchise of Garam Dharam Dhaba.
ଦିଲ୍ଲୀ ପଟିଆଲା ହାଉସ କୋର୍ଟ 'ଗରମ ଧରମ ଢାବା' ଫ୍ରାଞ୍ଚାଇଜ ସହ ଜଡିତ ଏକ ଠକେଇ ମାମଲାରେ ବଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କୁ ସମନ ଜାରି କରିଛି । ମ୍ୟାଜିଷ୍ଟ୍ରେଟ ୟଶଦୀବ ଚହଲଙ୍କ ଦ୍ବାରା ସମନ ଦିଲ୍ଲୀର ବ୍ୟବସାୟୀ ସୁଶୀଲ ଅଭିଯୋଗକାରୀ ସୁଶୀଲ କୁମାରଙ୍କ ଅଭିଯୋଗ କ୍ରମେ ୨୦୧୮ ମସିହାରେ ଏନଏଚ-୨୪ ଓ ଏନଏଚ-୯ରେ ଗରମ ଧର୍ମ ଢାବାର ଫ୍ରାଞ୍ଚାଇଜ ଖେଲିବାକୁ ଚାହୁଁଥିଲେ । ଫ୍ରାଞ୍ଚାଇଜରେ ନିବେଶ କରିବାକୁ ସୁଶୀଲଙ୍କୁ ଲାଞ୍ଚ ଦିଆଯାଇଥିଲା । ୭ ପ୍ରତିଶତ ବଦଳରେ ୪୧ ଲକ୍ଷ ଟଙ୍କା ନିବେଶ କରିବାକୁ ହେବ ବୋଲି ଅଭିଯୋଗାରୀଙ୍କୁ ପ୍ରତିଶ୍ରୁତି ମିଳିଥିଲା । ୟୁପିରେ ଫ୍ରାଞ୍ଚଇଜ ଖୋଲିବାକୁ ସମସ୍ତ ସହାୟତା ଦିଆଯିବ ବୋଲି କୁହାଯାଇଥିଲା ।